ତୁମ୍ବାର୍ଲିଗୁଡ଼ା ରାସ୍ତାରେ ଭୂତ ଯିବାକୁ ଭୟ କରୁଛି…..!

add-all

ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ବାବୁ ମାନେ ଗୁହାରି ଶୁଣିବାକୁ ଅମଙ୍ଗ….
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ସଦର ଯିବା ବାଟରୁ ନାୟକ ବାବୁ ଘର ଠାରୁ ତୁମ୍ବାର୍ଲିଗୁଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଭୂତ ଯିବାକୁ ଭୟ କରୁଛି।ବର୍ତ୍ତମାନ ଗାଁବାସୀଙ୍କ ପାଇଁ ଜୀବନ-ମୃତ୍ୟୁର ପ୍ରଶ୍ନରେ ପରିଣତ ହୋଇଛି। ସ୍କୁଲ, କଲେଜ, ସ୍ୱାସ୍ଥ୍ୟସେବା ଠାରୁ ଜରୁରୀ ସେବା ଦରକାର ବେଳେ ଭଗବାନ କୁ ଭରସା କରିବାକୁ ପଡୁଛି। ରାସ୍ତାର ଅବସ୍ଥା ଏପରି ହୋଇଛି, ଚାଲି ଯିବା ବି ବଡ଼ କଷ୍ଟ ସାଧ୍ୟ ହୋଇଛି। ବର୍ଷା ହେଲେ ଏହି ଅଞ୍ଚଳ ବାସୀଙ୍କ ଦୁଃଖ ନକହିଲେ ଭଲ। ପ୍ରଶାସନକୁ ବାରମ୍ବାର ଏହି ରାସ୍ତା ସମ୍ପର୍କ ରେ ଅବଗତ କଲେବି ପ୍ରଶାସନ କର୍ଣ୍ଣପାତ କରୁନାହିଁ। ବର୍ଷା ଦିନେ ଅନ୍ୟ ବିକଳ୍ପ ଆଉ କିଛି ନୁହେଁ। ରୀତିମତ ଏହି ରାସ୍ତା ପାଇଁ ଗୁହାରୀ କଲେବି କୌଣସି ସୁଫଳ ମିଳୁନାହୁଁ। ଏହି ଗାଁ ଲୋକଙ୍କ ଜୀବନ ଏବେ ଅଭିଶପ୍ତ ପାଲଟିଛି।

ad-week
Leave A Reply

Your email address will not be published.