ଜୀବନକୁ ବାଜୀ ଲଗାଇ ନଳବଣ୍ଟାରେ ଜୋର ଦାର ବାଣ ପ୍ରସ୍ତୁତି …!

add-all

ପ୍ରଶାସନ ର ତତ୍ୱାବଧାନ ରେ କଞ୍ଚାମାଲ ବାହାରୁ ଆଣି ଗଚ୍ଛିତ କରାଯାଉଛି….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନଳବଣ୍ଟା ଗ୍ରାମ ମିନି ଶିବକାଶୀ ଭାବେ ଚର୍ଚ୍ଚିତ ହୋଇରହିଛି। ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗାଁ ରହିଛି। ଏଠାକାର ହାତ ତିଆରି ବାଣ ର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ରହିଛି। ଦୀପାବଳୀକୁ ଆଖି ଆଗରେ ରଖି ଏବେ ଠାରୁ ବାଣ ପ୍ରସ୍ତୁତି ପାଇଁ କଞ୍ଚାମାଲ ସାଙ୍ଗକୁ ତାଳପତ୍ର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିବା ଆରମ୍ଭ ହୋଇଯାଇଛି। ନଳବଣ୍ଟା ଗ୍ରାମର ଅଧିକାଂଶ ପରିବାର ର ପିଲାରୁ ବୁଢ଼ା ବାଣ ପ୍ରସ୍ତୁତ କାର୍ଯ୍ୟରେ ଦିନ ରାତି କରି ଲାଗିପଡନ୍ତି। ବାଣରେ ଅଧିକ ଲାଭ ଯୋଗୁଁ ଜୀବନକୁ ବାଜୀ ଲଗାଇ ଏହି କାର୍ଯ୍ୟ କରିବାକୁ ବାଧ୍ୟ ହୁଅନ୍ତି।ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ଧନ ଜୀବନ ନଷ୍ଟ ହେବାର ନଜିର ରହିଛି। ବର୍ଷ ତମାମ ଏଠାରେ ବାଣ ପ୍ରସ୍ତୁତ ହେଲେବି ଦୀପାବଳୀ ପାଇଁ ଜୋରଦାର ବାଣ ପ୍ରସ୍ତୁତି କାର୍ଯ୍ୟ ଚାଲେ। ଦଶାହରା ପୂର୍ବରୁ କଞ୍ଚାମାଲ ସଂଗ୍ରହ କରାଯାଇ ବିଭିନ୍ନ କିସମର ବାଣ ପ୍ରସ୍ତୁତ ପାଇଁ ବାରୁଦ ତିଆରି କରାଯାଏ। ପ୍ରଶାସନ ପକ୍ଷରୁ ବାଣ ପ୍ରସ୍ତୁତ ପାଇଁ ଲାଇସେନ୍ସ କିମ୍ବା ଅନୁମତି ନଥିଲେବି ଏଠାରେ ବାଣ ପ୍ରସ୍ତୁତ ହୁଏ।ପ୍ରଶାସନ ପକ୍ଷରୁ ଦୀପାବଳୀ ସମୟରେ କାଁ ଭାଁ ଚଢ଼ାଉ ହୁଏ।

ad-week
Leave A Reply

Your email address will not be published.