ସୁଧୁରୁନି ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସୂଚନା ଦେଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

youtube

ଭୁବନେଶ୍ୱର : ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର । ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ । ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର । ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ ।

ସେଠାରେ ତାଙ୍କର ଶରୀରରେ ସୋଡ଼ିୟମ ଲେଭଲ୍ କମିଯିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଏହାପରେ ତାଙ୍କୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମସରେ ଚିକିତ୍ସିତ ହେଉଥିବା ଅଭିଜିତଙ୍କ ସହ ତାଙ୍କ ପରିବାର ଅଛନ୍ତି । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରିଥିଲେ । ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ହିଟ ସଂଗୀତଭେଟି ଦେଇଛନ୍ତି । ଦର୍ଶକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.