
ବଣାଇ : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଯରଡ଼ା ହାଇସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ଏହି ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ଆଉ ଜଣେ ୩ୟ ଶ୍ରେଣୀ ଛାତ୍ରକୁ ଏକ ବାକ୍ସରେ ପୁରାଇ ଦେଇଥିଲା । ଛାତ୍ର ଜଣକ ପରେ ପାର୍ଥନାକୁ ନ ଆସିବା ଦେଖି ଶିକ୍ଷକ ଓ ଅନ୍ୟମାନେ ଖୋଜାଖୋଜି କରିବା ସହ ବାପା ମା’ ଙ୍କୁ ଫୋନ ଯୋଗେ ପଚାରିଥିଲେ । କାଳେ ସେ ଲୁଚି ଘରକୁ ପଳାଇଛି କି ବୋଲି ପ୍ରଶ୍ନ କରିଥିଲେ ? ଶିକ୍ଷକମାନେ ପରେ ସନ୍ଦେହ କରି ହଷ୍ଟେଲରେ ଖୋଜାଖୋଜି କରୁଥିବା ବେଳେ ବାକ୍ସରୁ ଖଡ଼ ଖଡ଼ ଆବାଜ ଶବ୍ଦ ଶୁଣି ବାକ୍ସକୁ ଖୋଲିଥିଲେ । ବାକ୍ସ ଭିତରୁ ମୁମୂର୍ଷୁ ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରିଥିଲେ । ପରେ ବାପା ମା’ ତାକୁ ଘରକୁ ନେଇ ଯାଇଛନ୍ତି। ପିଲାଟି ଏବେ ସୁସ୍ଥ ଅବସ୍ଥାରେ ଅଛି ।