ଏଲଆଇସି ଡେଭଲପମେଣ୍ଟ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

youtube

ବାଲେଶ୍ବର: ସନ୍ଦେହରେ ଏଲ ଆଇ ସି ଡେଭଲପମେଣ୍ଟ ଅଫିସରଙ୍କ ମୃତ୍ୟୁ । କେମିତି ଘଟିଲା ? କିଏ ତାଙ୍କୁ ହତ୍ୟା କଲେ ? ଯଦି ଜୀବନ ନେଲେ ଏହା ପଛରେ କାରଣ କଣ’ ? ସାଧାରଣ ଲୋକଙ୍କ ମନରେ ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଛି । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଅଞ୍ଚଳରେ ଏଲ ଆଇ ସି ଡେଭଲପମେଣ୍ଟ ଅଫିସରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସକାଳୁ ସକାଳୁ ଏଲ ଆଇ ସି ଡେଭଲପ ମେଣ୍ଟ ଅଫିସର ରାଜକୃଷ୍ଣ ସିଂ ଙ୍କ ମୃତଦେହ ଘର ବାଲକୋନୀରେ କୁକୁରବନ୍ଧା ଚେନରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏଲ ଆଇ ସି ଡେଭଲପ ମେଣ୍ଟ ଅଫିସର ମୋଟା ଅଙ୍କର ଦରମା ପାଉଥିଲେ  । ଦରମା ଟଙ୍କାକୁ ନେଇ ସବୁବେଳେ ପରିବାର ମଧ୍ୟରେ ସ୍ତ୍ରୀ ଓ ପୁଅଙ୍କ ସହ ବିବାଦ ଲାଗିରହୁଥିଲା । ରାଜକୃଷ୍ଣ ସିଂ ମାନସିକ ଚାପ ଓ ଦୁଶ୍ଚିନ୍ତାରେ ରହୁଥିବା ରାଜକୃଷ୍ଣଙ୍କ ସହ କର୍ମଚାରୀ ମାନେ ଅଭିଯୋଗ ଆଣିଛନ୍ତି ।

ଏହାସହ ସ୍ନାୟୁଗତ ସମସ୍ୟା ଓ ମାନସିକ ଦୁଶ୍ଚିନ୍ତା କାରଣରୁ ବିଭିନ୍ନ ସମୟରେ ଘରେ ନ ରହି ହୋଟେଲରେ ରହୁଥିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି । ତେବେ ଏହା ହତ୍ୟା ନା ହତ୍ୟାକୁ ଜୀବନ ହାରିବାର ରୂପ ଦିଆଯାଇଛି ପୁଲିସ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ସେହିଭଳି ମୃତ ରାଜକୃଷ୍ଣଙ୍କ ଶଳା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଭିଣୋଇଙ୍କର ଅଧିକ ଦରମା ଥିଲା । ହେଲେ ଦରମା ଆକାଉଣ୍ଟରୁ ଗାଏବ ହୋଇଯାଉଥିଲା ।

ଅନ୍ୟପଟେ ଘରର ଇନଷ୍ଟଲମେଣ୍ଟ ଓ ପ୍ଲଟର ଇନଷ୍ଟଲମେଣ୍ଟ ବଢ଼ି ଚାଲିଥିବା । ଲକ୍ଷ ଲକ୍ଷ ଟଙ୍କା କୁଆଡେ ଯାଉଛି ଆମେ ଜାଣି ପାରୁ ନଥିଲୁ । ସେ ମାନସିକ ଚିନ୍ତାରେ ସବୁବେଳେ ରହିଥିଲେ ତେଣୁ ତାଙ୍କ ସହକର୍ମୀ ମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ପରିବାର ଲୋକେ ଦାବି କରୁଛନ୍ତି ।

ତେବେ ଏଲ ଆଇ ସି ଡେଭଲପ ମେଣ୍ଟ ଅଫିସର ରାଜକୃଷ୍ଣ ସିଂ ଙ୍କ ମୃତ୍ୟୁ ପାରିପାର୍ଶ୍ବିକ ସ୍ଥିତି ମୋଟା ଅଙ୍କର ଦରମା , ପରିବାର ସହ ମତାନ୍ତର , ମାନସିକ ଚାପ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହା ଯୋଜନାବଦ୍ଧ ହତ୍ୟା ନା ଅନ୍ୟକିଛି ଯାହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.