ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଉପ-କାରାଗାରରେ ସ୍ବାସ୍ଥ୍ୟ ଶିବିର ଆୟୋଜନ

add-all

ଛତ୍ରପୁର : ଛତ୍ରପୁର ଉପ-କାରାଗାର ଅନ୍ତେବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସହ ବ୍ୟକ୍ତିଗତ ସ୍ବଚ୍ଛତାରେ ଉନ୍ନତି ଆଣିବା ଲକ୍ଷ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଉପ କାରାଗାର ପରିସରରେ ଆଜି ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଉପ କାରାଗାରରେ ରହୁଥିବା ପାଖାପାଖି ୧୦୮ ଜଣ ଅନ୍ତେବାସୀଙ୍କ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଏହି ସ୍ବାସ୍ଥ୍ୟ ଶିବିରକୁ ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପ କାରାଗାର ସୁପେରିଟେନଡେଣ୍ଟ ଶ୍ରୀ ପ୍ରସନ୍ନ କୁମାର ସାହୁ, ଗୋପାଳପୁର ବନ୍ଦର ସିଏସଆର ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର ଉପସ୍ଥିତ ଥିଲେ।

ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ଓ ପରାମର୍ଶ ଇତ୍ୟାଦି କରାଯିବା ସଙ୍ଗେ ସଙ୍ଗେ ଅନ୍ତେବାସୀଙ୍କୁ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ବିଶେଷକରି ମୌଳିକ ସ୍ୱାସ୍ଥ୍ୟ ସେବା ସହ ବ୍ୟକ୍ତିଗତ ସ୍ୱଚ୍ଛତାର ଅଭ୍ଯାସ କରିବା ବିଷୟରେ ପରାମର୍ଶ ଦିଆଯାଇଥିଲା ।

ଏହି ଉପ କାରାଗାରର ଅନ୍ତେବାସୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଉପ କାରାଗାର ପରିସରରେ ଏକ ୪୦ ଲିଟର କ୍ଷମତା ବିଶିଷ୍ଟ ଆରଓ ଫିଲ୍ଟର ମେଶିନ ସ୍ଥାପନା କରାଯାଇଛି।

ଆଦାନୀ ଫାଉଣ୍ଡେସନ ଦ୍ବାରା କରାଯାଇଥିବା ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମକୁ ଛତ୍ରପୁର ଉପ କାରାଗାର ସୁପେରିଟେନଡେଣ୍ଟ ଶ୍ରୀ ସାହୁ ଉଚ୍ଚପ୍ରଶଂସା କରିଥିଲେ।

ad-week
Leave A Reply

Your email address will not be published.