କେବେ ହେବ ଛାତ୍ର ସଂସଦ ନିର୍ବାଚନ ?

add-all

ଭୁବନେଶ୍ଵର : କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିଲା। ସରକାର ନିର୍ବାଚନ ନେଇ ଇଙ୍ଗିତ ଦେଇଥିଲେ ହେଲେ ଦିନ ଗଡି ଗଡି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ବି ସୂଚନା ମିଳୁନି। ଏସବୁ ଭିତରେ ଆଜି ବିଜେଡି ରାଜ୍ୟ ସରକାରଙ୍କୁ ନିଶାନା କରିଛି। ସରକାର କାହିଁକି ନିର୍ବାଚନ କରୁନି ବୋଲି ଦଳ ପ୍ରଶ୍ନ ଉଠାଇଛି। ୟୁଟର୍ଣ୍ଣ ମାରିବାରେ ସରକାର ମାହିର। ପୂର୍ବରୁ ନିର୍ବାଚନ କରିବେ ବୋଲି କହିଥିଲେ , ହେଲେ ଦଶହରା ଆସିଲାଣି , କାହିଁକି ନିର୍ବାଚନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ବିଜେଡି ସଭାପତି ଇପସୀତା ସାହୁ। ବାଲେଶ୍ଵର ଘଟଣାରେ ଏଭିବିପି ବ୍ୟାକ୍‌ଫୁଟରେ ସରକାର ଇଣ୍ଟରନାଲ ସର୍ଭେ କରି କ୍ୟାମ୍ପସର ସ୍ଥିତି ଭଲ ନଥିବା ଜାଣିଛନ୍ତି। ତେଣୁ ନିର୍ବାଚନ କରାଉନଥିବା ଅଭିଯୋଗ କରିଛନ୍ତି ଇପ୍‌ସୀତା। ସେପଟେ ଏହାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କଲେଜ ନିର୍ବାଚନକୁ ନେଇ ସରକାର ସକରାତ୍ମକ ରହିଛନ୍ତି। ଏ ନେଇ ପୂର୍ବରୁ ଆଭମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଦୋହରାଇଛନ୍ତି। ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଏବେ ପର୍ଯ୍ୟନ୍ତ ନିର୍ବାଚନକୁ ନେଇ କୌଣସି ପ୍ରସ୍ତୁତି ହୋଇନାହିଁ।

ad-week
Leave A Reply

Your email address will not be published.