ସାର ପାଇଁ ଲମ୍ୱା ଲାଇନ୍, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍

youtube

ଲକ୍ଷ୍ମୀପୁର: ବସ୍ତାଏ ସାର ପାଇଁ ଲମ୍ୱା ଲାଇନ୍। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସାର ସମସ୍ୟା । ଲକ୍ଷ୍ମୀପୁର ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼। ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ ଚାଷୀ । ଗତ ୮ ତାରିଖରେ ୨୨୦୦ ବସ୍ତା ସାର ନାରାୟଣପାଟଣା ଲ୍ୟାମ୍ପକୁ ଆସିଥିଲା । ହେଲେ ଚାଷୀଙ୍କ ସଂଖ୍ୟା ଥିଲା ୫ହଜାର । ଲୋକେ ସାର ପାଇଁ ଆସିଥିବାବେଳେ ସକାଳ ୫ଟାରୁ ଲାଇନ୍ ବାନ୍ଧି ରହିଛନ୍ତି । ୨୫୦୦ ବସ୍ତା ସାର ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି ୩ହଜାର ଚାଷୀ । ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍ ହୋଇଯାଇଛି ।

Leave A Reply

Your email address will not be published.