ଅବ୍ୟବସ୍ଥାରେ ଖୋପରାପୁଟ ଅଙ୍ଗନବାଡି କେନ୍ଦ୍ର : ନା ଅଛି ପାନୀୟ ଜଳର ସୁବିଧା, ନା ବିଜୁଳି ସଂଯୋଗ

youtube

କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତବର୍ତ୍ତୀ ବ୍ଲକ କୋଟପାଡ଼ରେ ଆଇସିଡିଏସ୍ ଦ୍ୱାରା ପରିଚାଳିତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ଦେଇ ଗତି କରୁଛି l ସେଥିମଧ୍ୟରୁ ଘୁମର ପଞ୍ଚାୟତର ଖୋପରାପୁଟ ଅଙ୍ଗନବାଡି କେନ୍ଦ୍ର ନୂଆ ନିର୍ମିତ ହୋଇଛି l ସେଠାରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଛି l 2020-21 ଆର୍ଥିକ ବର୍ଷରେ ସାତଲକ୍ଷ ଟଙ୍କା ବ୍ୟୟଅଟକଳରେ ନିର୍ମିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ବର୍ତମାନ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନ ଥିବା ବେଳେ ପାଇଖାନା କାର୍ଯ୍ୟ ଅସମ୍ପୂର୍ଣ ରହିଛି l ଛୋଟଛୋଟ ଶିଶୁଙ୍କ ସକାଶେ ପାନୀୟ ଜଳର କୌଣସି ବ୍ୟବସ୍ଥା ରହିନାହିଁ, ଯେଉଁଥି ପାଇଁ ଅଙ୍ଗନବାଡି କର୍ମୀଙ୍କ ସହଯୋଗୀ ପାଞ୍ଚଶହ ମିଟର ଦୂରରୁ ପାଣି ଆଣି ଶିଶୁ ମାନଙ୍କ ଖାଦ୍ୟ ଇତ୍ୟାଦି ତିଆରି କରି ଶିଶୁମାନଙ୍କୁ ପୋଷଣ ତଥା ପୃଷ୍ଟିକର ଖାଦ୍ୟ ପ୍ରଦାନ କରୁଛନ୍ତି l ଗ୍ରାମରେ ଶେଷ ମୁଣ୍ଡରେ ନିର୍ମାଣ ହୋଇଥିବା କେନ୍ଦ୍ରର ଚତୁର୍ପାଶ୍ୱର ପରିବେଶ ଗଛଲତାରେ ଭରି ରହିଥିବା ଯୋଗୁଁ ବିଷାକ୍ତ କୀଟପତଙ୍ଗ, ସରୀସୃପ ଇତ୍ୟାଦିର ଭୟ ରହିଛି l ଛୋଟଛୋଟ କମଳମତି ଶିଶୁଙ୍କ ପାଇଁ ଏହା ବିପଦଜନକ ପରିସ୍ଥିତି ସୃଷ୍ଟି କରିବାରେ ଯଥେଷ୍ଟ ସମ୍ଭlବନା ରହିଛି l
ସୂଚନା ପ୍ରକାରେ, ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ଏଠାରେ ଶିଶୁମାନଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ପ୍ରଦାନ ଏବଂ ପୋଷଣ ପ୍ରଦାନ କରାଯାଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପାନୀୟ ଜଳ, ପାଇଖାନା ଏବଂ ପାଚେରୀର ବ୍ୟବସ୍ଥା କରାଯାଇପାରିନି, ଏହା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହିପରି ସାତ ନମ୍ବର ସ୍ଥିତ ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଅତି ଶୋଚନୀୟ ହୋଇଥିବା ବେଳେ ନୁଆଁରେ ନିର୍ମିତ ହେବାକୁ ଥିବା ଅଙ୍ଗନବାଡି ଗୃହକାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇପାରିନି l ଏହିସବୁ ସମସ୍ୟାକୁ ନେଇ ସି. ଡି. ପି.ଓ.ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ଯାହାକୁ ନେଇ ସି.ଡି.ପି. ଓ. ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି l

Leave A Reply

Your email address will not be published.