
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନୀଳାଦ୍ରିନଗରରେ ଆନ୍ତଜିଲ୍ଲା ଲୋକ କଳାକାର ମହା ସମାବେଶ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ବାଲିମେଳା ନଗର ନିକଟସ୍ଥ ନୀଳାଦ୍ରି ନଗର କଲ୍ୟାଣ ମଣ୍ଡପ ଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ ପକ୍ଷରୁ ଜିଲ୍ଲା ଲୋକ କଳା ଓ ଲୋକ ସଂସ୍କୃତି ମହା ସଙ୍ଘ, ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ବରିଷ୍ଠ ଲୋକ କଳାକାର ଓ ନାଟଗୁରୁ ଭଗବାନ ହନ୍ତାଳ ଙ୍କ ଅଧକ୍ଷତା ରେ ଲୋକ କଳାକାର ମାନଙ୍କୁ ନେଇ ଏକ ମହା ସମାବେଶ ର ଆୟୋଜନ କରାଯାଉଅଛି । ଏହି ସମାବେଶ ରେ ମୁଖ୍ୟଅତିଥି ଭାବେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ରାଜ୍ୟ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଦାଶ, ମୁଖ୍ୟଵକ୍ତା ଭାବେ ଦକ୍ଷିଣାଞ୍ଚଳ ସଭାପତି ଜଗନ୍ନାଥ ବେହେରା, ସମ୍ମାନୀତ ଅତିଥି ଭାବେ ନବୀନ ଶତପଥୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଧନୁର୍ଜୟ ହନ୍ତାଳ, ଶିବ ଶଙ୍କର ତ୍ରିପାଠୀ, ବନବାସୀ ଗବେଷକ ରତ୍ନାକର ଦାଶ, ଶ୍ରୀନିବାସ ପାତ୍ର, ଜିଲ୍ଲା ଲୋକକଳା ସଂଘ ଉପସଭାପତି ଘେନୁ ମୁଦୁଲି ପ୍ରମୁଖ ସମେତ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ କଳା ସଂସ୍କୃତି କୁ ବଜାୟ ରଖି ଲୋକ କଳାକାର ମାନଙ୍କୁ ଉତ୍ସାହିତ କରିବା ଦରକାର । ଲୋକ ସଂସ୍କୃତି, ଲୋକ କଳା କୁ ପ୍ରାଧାନ୍ୟ ଦେଇ ଅତ୍ୟାଧୁନିକ ବାହ୍ୟ ସଂସ୍କୃତି ଠାରୁ ଦୁରେଇ ରହିବା ପାଇଁ ମଞ୍ଚାସୀନ ଅତିଥି ମାନେ ପରାମର୍ଶ ଦେଇଛନ୍ତି । ଏହି ସମାବେଶ ରେ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।
ଏହି ସମାବେଶ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଲୋକ କଳାକାର ମାନେ ସେମାନଙ୍କ କଳା ଚାତୁରୀ ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । କୃତି କଳାକାର ମାନଙ୍କୁ ଅତିଥିମାନେ ସମ୍ମାନୀତ କରି ମାନପତ୍ର ପ୍ରଦାନ କରିଥିଲେ । ଏହି ସମାବେଶ ରେ ଲୋକ କଳାକାର ଓ ନାଟଗୁରୁ କୃଷ୍ଣ ବାଘ, ମୁକୁନ୍ଦ ନାୟକ, ବିଶ୍ୱଜିତ ବିଶ୍ବାସ, ଗୌତମ ମଣ୍ଡଳ, ଡମୁରୁ ହନ୍ତାଳ, ସୁଶ୍ରୀ ନିର୍ମଳା ଏକ୍କା, ସୋନାଲି ପଡିଆମି, ଗୀତା ହୀରା, ଅମଳ ମଣ୍ଡଳ, କେଶବ ଶବର, ପ୍ରକାଶ ଚନ୍ଦ୍ର କୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶେଷ ରେ ନାଟଗୁରୁ ଧନୁର୍ଜୟ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ ।