ସରକାରୀ ନିୟମକୁ ସରକାରୀ ବାବୁଙ୍କ ବେଖାତିର : ଦେବୋତ୍ତର ସ୍ଥାନରେ ନିର୍ମାଣ ହୋଇଛି ବସଷ୍ଟାଣ୍ଡ ଓ ପଞ୍ଚାୟତ ଗୃହ

youtube

ନୟାଗଡ଼ : ଦେବୋତ୍ତର ସମ୍ପତ୍ତି ଉପରେ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ଗଠନ ନିମନ୍ତେ ରହିଛି ନିୟମ । କୌଣସି ପରିସ୍ଥିତିରେ କୌଣସି ସରକାରୀ କାର୍ଯ୍ୟାଳୟ ଦେବୋତ୍ତର ସମ୍ପତ୍ତି ଉପରେ ନିର୍ମାଣ କରିବାର ନିୟମ ନଥିବା ସମସ୍ତେ ଜାଣନ୍ତି। କାରଣ ଦେବୋତ୍ତର ସମ୍ପତ୍ତି କେବଳ ଗୋଟିଏ ଧର୍ମର ମାଲିକାନା କିନ୍ତୁ ସରକାରୀ କାର୍ଯ୍ୟାଳୟ ସବୁ ଧର୍ମର ମାଲିକାନା । ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ରାଜ୍ୟ ସରକାରଙ୍କ ରକ୍ଷିତ ସ୍ଥାନ ଗୁଡିକରେ ଗଢା ଯିବାର ନିୟମ ଅଟେ । ଏଠି କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚାୟତ ନିକଟସ୍ଥ ମାଆ ଚଣ୍ଡୀ ଠାକୁରାଣୀଙ୍କ ରେକର୍ଡ ଭୁକ୍ତ ସ୍ଥାନ ଯାହାର ପ୍ଲଟ ନମ୍ବର – ୧୪୨୪, ମୌଜା – କୁଳାସର, ତହସିଲ ରଣପୁର, ଜିଲ୍ଲା ନୟାଗଡ ଅଟେ । ୭୨ ଡ଼ିସିମିଲ ସ୍ଥାନଟି ହିନ୍ଦୁ ଧର୍ମର ଭାବାବେଗ ସହ ଜଡ଼ିତ ଅଟେ । ଏହି ସ୍ଥାନରେ ଚଣ୍ଡି ଠାକୁରାଣୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ପ୍ରାୟ ତିନି ବର୍ଷ ତଳୁ ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଚାରି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ଶୁଣିବାକୁ ମିଳିଛି । କିନ୍ତୁ କେଉଁ ଉଦ୍ଧେଶ୍ୟରେ ବା କାହା ପ୍ରରୋଚନାରେ ଦେବୋତ୍ତର ସମ୍ପତ୍ତି ଉପରେ ନିର୍ମାଣ ହୋଇ ଚାଲିଛି ପଞ୍ଚାୟତ ସୁବିଧା କେନ୍ଦ୍ର ଓ ବସ ଷ୍ଟାଣ୍ଡ ଗୃହ । ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଅନେକ ଉପଯୋଗୀ ସ୍ଥାନ ଯେମିତିକି ଚଣ୍ଡୀ ହୁଡ଼ା ନିକଟସ୍ଥ ନିଳପଲ୍ଲୀ ଛକ, କୁଳାସରର ଦୋଳ ପଡିଆ ଛକ, କେଶିଆପଲ୍ଲି କଇଁଥ ଛକ, ଅରଖପଲ୍ଲୀ ବରଛକ ଭଳି ଉପଯୁକ୍ତ ସ୍ଥାନ ଗୁଡିକ ଥିବା କଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ କେଉଁ ସ୍ବାର୍ଥ ପାଇଁ ରଣପୁର ଗୋଷ୍ଠୀ ଅଧିକାରୀଙ୍କ ଜାଣତରେ ମାଆ ଚଣ୍ଡୀ ଠାକୁରାଣୀଙ୍କ ରେକର୍ଡ ଭୁକ୍ତ ସ୍ଥାନରେ ବସ୍ ଷ୍ଟାଣ୍ଡ ନିର୍ମାଣ କରାଗଲା, ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଠି କରିଛି । ଏ ସଂକ୍ରାନ୍ତରେ କୁଳାସର ପଞ୍ଚାୟତର ଅନେକ ବୁଦ୍ଧିଜୀବୀ ଓ ଯୁବ ସମାଜ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ କାର୍ଯ୍ୟ ଆରମ୍ଭରୁ ହୋଇଥିବା ସୁଚନା ମିଳିଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ରଣପୁର ବି ଡି ଓ ଙ୍କୁ ଏ ସଂକ୍ରାନ୍ତରେ ଅନୁସଂଧାନ ନିର୍ଦ୍ଦେଶନାମା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରି ଥିବା ଜଣାପଡିଛି। କିଛି ଦିନ କାର୍ଯ୍ୟ ବନ୍ଦ ଥିଲା ବେଳେ ପୁଣି କିଭଳି ଉକ୍ତ ଦେବୋତ୍ତର ସମ୍ପତ୍ତି ଉପରେ ବସ ଷ୍ଟାଣ୍ଡ ନିର୍ମାଣ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଠି କରିଛି । ଯେଉଁ ସ୍ଥାନରେ ବସ୍ ଷ୍ଟାଣ୍ଡ ନିର୍ମାଣ କରାଗଲା, ତାହା ଲକ୍ଷ ହିନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କେବଳ ମଦୁଆ, ନିଶାସକ୍ତ, ଯୁଆଡି ମାନଙ୍କ ଆଡ୍ଡାସ୍ଥଳୀ ହେଉଥିବା ଦେଖିବାକୁ ମିଳିଛି । ଦେବୋତ୍ତର ସମ୍ପତ୍ତିକୁ ସରକାରୀ ଜବର ଦଖଲରୁ ଉଦ୍ଧାର କରିବା ନିମନ୍ତେ କୁଳାସର ପଞ୍ଚାୟତର ଅନେକ ବୁଦ୍ଧିଜୀବୀ ଓ ଯୁବ ସମାଜ ଆମରଣ ଉଦ୍ୟମ ଜାରି ରଖିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.