ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ

youtube

ମାଲକାନଗିରି: ମାଓ ନେତ୍ରୀଙ୍କ ଆତ୍ମସମର୍ପଣ ।  ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମାଓ ନେତ୍ରୀ ।  ତାଙ୍କ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ମାଓ ନେତ୍ରୀଙ୍କ ନାଁ ଜାନସୀ ଓରଫ ଭାଚେଲା ମାତାମି । ସେ ମୃତ ମାଓ ନେତା ସତ୍ୟମ ଗାୱାଡେଙ୍କ ପତ୍ନୀ । ଜାନସୀ ମହାରାଷ୍ଟ୍ର ବାସିନ୍ଦା ।

୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସ୍ତରରେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୧ ମସିହାରେ ଜାନସୀ ମାଓ ନେତା ସତ୍ୟମ ଗାୱାଡେଙ୍କୁ ବିବାହ କରିବା ପରେ ଦୁହେଁ ଦୀର୍ଘ ସମୟ ଧରି ମୈନପୁର ନକ୍ସଲ ଡିଭିଜନରେ କାମକରୁଥିଲେ । ୨୦୧୪ ମସିହା ଏନକାଉଣ୍ଟରରେ ସତ୍ୟମ ପ୍ରାଣ ହରାଇବା ପରେ ମଧ୍ୟ ଜାନସି ମାଓ ସଂଗଠନରେ ରହିଥିଲେ । ୨୦୨୨ ମସିହାରୁ ସଚିବ ଭାବେ କାର୍ଯ୍ୟ କରିବା ସହ ଅନେକ ହିଂସା କାଣ୍ଡର ନେତୃତ୍ଵ ନେଇଥିଲେ । ହେଲେ ଗୋଟିଏ ପଟେ ମାଓ ସଙ୍ଗଠନ ନୀତି ଆଦର୍ଶ ହରାଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଘନ ଘନ ଅପରେସନ ଯୋଗୁଁ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.