
ପୁରୀ : ପୁରୀ ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁର୍ଷମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କଲା ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ବ୍ରହ୍ମଗିରି ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ ।
ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ତେବେ ଘଟଣାକୁ ନେଇ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିଲା । ତେବେ ଆଜି ଯୁବତୀଙ୍କୁ ଗଣଦୁର୍ଷମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।