ଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ହସପିଟାଲରେ ଚିକିତ୍ସାଧୀନ

youtube

କଟକ : ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ହସପିଟାଲରେ ଚିକିତ୍ସାଧୀନ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବୁଦ୍ଧାଦିତ୍ୟଙ୍କ ଚିକିତ୍ସା ଚାଲିଛି । ତାଙ୍କୁ କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟା ରହିଥିଲା । ତେବେ ଲଙ୍ଗସରେ ସଂକ୍ରମଣ ଯୋଗୁଁ ଦେହ ଅଧିକ ଖରାପ ହେବା ପରେ ତାଙ୍କୁ ଗତକାଲି ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ବୁଦ୍ଧାଦିତ୍ୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି । କେନ୍ୟୁଜକୁ ଏକ ଅଡ଼ିଓ ବାର୍ତ୍ତା ଦେଇ ବୁଦ୍ଧାଦିତ୍ୟ ତାଙ୍କ ଅସୁସ୍ଥତା ବିଷୟରେ କହିଛନ୍ତି । ଏହା ସହିତ ତାଙ୍କ ଲାଗି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.