ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଆଉ ୫୬ଟି ନୂଆ କେନ୍ଦ୍ରରେ ହେବ ମତଦାନ

youtube

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନିର୍ବାଚନରେ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତାଦାତା ଭୋଟ୍ ଦେବେ। ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧୪ ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ / ପରିବର୍ତ୍ତନ ହେବ। ୧୫ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ  ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି ସେପ୍ଟେମ୍ବର ୧୫ରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରହିଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ଦାବି ଏବଂ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ ତାରିଖରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ହେବ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ସେହିପରି, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଏହି ପୁନଃବ୍ୟବସ୍ଥିକରଣ ପ୍ରକ୍ରିୟା ସମୟରେ ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର ୩୫୮ ରହିଥିବାବେଳେ ସହରାଞ୍ଚଳରେ ୩୬ ଥିବାବେଳେ ଗ୍ରାମାଞ୍ଚଳରେ ୩୨୨ ରହିଛି।
ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ ସେପ୍ଟେମ୍ବର ୧୫ ତାରିଖରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି।

Leave A Reply

Your email address will not be published.