
ଚିକିଟୀ : ‘ଆସ ସ୍କୁଲ ଯିବା’ ଶିକ୍ଷା ପାଇଁ ଓଡିଶା ସରକାରଙ୍କ ଗୋଟିଏ ସୁନ୍ଦର ଆହ୍ୱାନ।ସମସ୍ତ ପିଲା ଛଅ ବର୍ଷରେ ବିଦ୍ୟାଳୟରେ ନାମ ଲେଖାଇବା ସହିତ ଦ୍ଵାଦଶ ଶ୍ରେଣୀ ମଧ୍ୟର ସମସ୍ତ ଶିକ୍ଷା ନିଶ୍ଚୟ ସାରି ବିଦ୍ୟାଳୟ ଛାଡିବେ। ଏହାକୁ ସୁନିଶ୍ଚିତ କରାଇବା ଦାୟିତ୍ୱ ସମସ୍ତ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗୋଷ୍ଠୀର।ଏହି ବର୍ତ୍ତାକୁ ଗୋଷ୍ଠୀ, ପିତାମାତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି ଚିକିଟୀ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଳପଲଙ୍କ ର ଶିକ୍ଷକ ଓ ଛାତ୍ରଛାତ୍ରୀ।ଆଜି ବିଦ୍ୟାଳୟଠାରୁ ପଦଯାତ୍ରାରେ ବାହାରି ଗାଁର ସମସ୍ତ ସାହିରେ ‘ଆସ ସ୍କୁଲ ଯିବା, ପାଠ ପଢିବା, ପଢି ବଢିବା’ ଏପରି ସ୍ଲୋଗାନ ଦେଇ ସଭିଙ୍କୁ ସଚେତନ କରାଇଛନ୍ତି।ଏଥିରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ପ୍ରକୃତିବନ୍ଧୁ ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଏବଂ ସହକାରୀ ଶିକ୍ଷକ ଅରୁଣ କୁମାର ଜାନୀ ପିଲାଙ୍କ ମେଳରେ ରହିଥିଲେ।ପିଲାଙ୍କ ବ୍ୟାନେର ଏବଂ ପ୍ଲା କାର୍ଡ ଧରି ବାହାରିଥିବା ପଦଯାତ୍ରାକୁ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।