ତହସିଲଦାରଙ୍କ ପରେ କୁଚିଣ୍ଡା ରାଜସ୍ୱ ନିରୀକ୍ଷକ ନିଲମ୍ବିତ

add-all

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ପରେ ଏବେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି। ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ତହସିଲଦାର ଜମି ପଟାମାଲିକାନା ସତ୍ତ୍ଵ ଦେବା ସମୟରେ କିଛି ଲୋକଙ୍କୁ ଅଣଦେଖା କରି କିଛି ଲୋକଙ୍କୁ ଅଧିକ ଅନୁକମ୍ପା ଘଟଣାରେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି।

ଗତ ୧୬ ତାରିଖ କୁଚିଣ୍ଡା ସଦର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ଅର୍ଜୁନ ବାଗଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଛନ୍ତି। ଏହି ଘଟଣାରେ କୁଚିଣ୍ଡାର ରାଜେଶ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତହସିଲଦାର ଓ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହେବା ପରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୁର୍ନୀତି ବିରୁଦ୍ଧରେ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ କରିଥିଲେ। ତାଙ୍କ ସମ୍ପର୍କୀୟ ଭାଇମାନେ ସ୍ୱର୍ଗତ ଜଗଦୀଶ ଲାଲ ସେଠଙ୍କ ସମ୍ପତ୍ତି ଜବତ କରିବା ପାଇଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ମୃତ ଘୋଷଣା କରି ମ୍ୟୁଟେସନ୍ ମାମଲା ପଞ୍ଜିକୃତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କୁ ସଠିକ୍ ଭାବରେ ସୂଚିତ ନକରି ଡକ୍ୟୁମେଣ୍ଟଗୁଡ଼ିକୁ ଅନୁମୋଦନ କରି ନେଇଯାଇଥିଲେ। ଯାହା ଫଳରେ ତାଙ୍କ ଅଜାଣତରେ ସମ୍ପତ୍ତି ହସ୍ତାନ୍ତର ସହଜ ହୋଇଥିଲା। ଏପରିକି ଆମେ କୌଣସି ନୋଟିସ୍ ପାଇନଥିଲେ। ଏଭଳି ଅଭିଯୋଗ ପରେ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏପରିକି ତାଙ୍କୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି।

ad-week
Leave A Reply

Your email address will not be published.