
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁର ୟୁଥ ରେଡ଼ କ୍ରସ,ଜାତୀୟ ସେବା ଯୋଜନା,ସ୍କାଉଟ ଓ ଗାଇଡ୍ସ ଓ ଓଡ଼ଗାଁ ବନ ବିଭାଗ ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ପୌରୋହିତ୍ୟରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ସମେତ ବିଭାଗୀୟ ମୁଖ୍ୟ,ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ।ସମୁଦାୟ ୨୦୦ ଗଛ ରୋପଣ କରାଯାଇଥିଲା।