ମାଫିଆ ଓ ପୋଲିସର ସଲାସୁତରା ରେ ଚାଲିଛି ଜିଲ୍ଲାରେ ଜୁଆ ଆଡ୍ଡା ..!
ଜୁଆ ଆଡ୍ଡା ରୁ ଜବତ ଟଙ୍କାର ସିଂହ ଭାଗ ଯାଉଛି କୁଆଡେ..??

ପୋଲିସ ର ଜୁଆ ଆଡ୍ଡା ଉପରେ ଚଢ଼ାଉ ରେ ଲାଭ ଛାଡିଲେ ବି ଲାଭ..!
ବ୍ରହ୍ମପୁର: ପାର୍ବଣ ଋତୁ ଆରମ୍ଭ ଓ ପରମ୍ପରାର ଦ୍ୱାହି ଦେଇ ଗାଁ ରୁ ସହର ପର୍ଯ୍ୟନ୍ତ ଜୁଆ ଖେଳ ଜମି ଆସୁଛି। ନିୟମିତ ଜୁଆ ଖେଳ ଆଡ୍ଡା ଚଳାଉଥିବା ଭାଇ ମାନଙ୍କ ଭାଉ ଟିକେ ଏବେ ଅଧିକ ବଢ଼ିଯାଇଛି।ଦଶହରା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ରେ ଭିଡ଼ ଜମିବାର ଆରମ୍ଭ ହୁଏ। ଏହାକୁ ମାଫିଆ ମାନେ ହାତ ଛଡ଼ା କରନ୍ତି ନାହିଁ। ଜୁଆ ଖେଳର ପ୍ରତେକ ରାଉଣ୍ଡରେ ହଜାର ହଜାର ଟଙ୍କାର (କମିନା) କମିଶନ ବାହାର କରାଯାଏ। ଏହି କମିଶନରେ ଜୁଆ ଆଡ୍ଡା ଚଳାଉ ଥିବା ଭାଇର ସିଂହ ଭାଗ ରହେ। ଏହା ସାଙ୍ଗକୁ ଜୁଆ ଆଡ୍ଡାରେ ମୋଟା ଅଙ୍କରେ ସୁଧରେ ଟଙ୍କା ଦିଆଯାଏ। ସୁନା, ଯାନ ବାହାନ ଓ ଦାମୀ ସାମଗ୍ରୀକୁ ଜମାନତ ଭାବେ ରଖି ମୋଟା ଅଙ୍କରେ ସୁଧରେ ଟଙ୍କା ଦିଆଯାଏ। ଫିକ୍ସ ହୋଇଥିବା ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ହୁଏ ନାହିଁ। ଫିକ୍ସ ହୋଇନ ଥିବା ଜୁଆ ଆଡ୍ଡା ଉପରେ କିଛି ପୋଲିସ ବାବୁ ମାନେ ଚଢ଼ାଉ କରିଥାନ୍ତି କିନ୍ତୁ ସେଥିରେ ବି ବାବୁମାନେ ଙ୍କ ଲାଭ କାରଣ ଧରିଲେ ଖୁସ ଛାଡିଲେ ବି ଖୁସ। ଚଢ଼ାଉ ଜୁଆ ଆଡ୍ଡାରୁ ଜବତ ଅର୍ଥର ହିସାବ ନଥାଏ। ଜୁଆ ଆଡ୍ଡା ରୁ ଜବତ ଟଙ୍କା ଥାନାକୁ ଆସିବା ପୂର୍ବରୁ ୭୦/୮୦ ପ୍ରତିଶତ ବାଟ ମାରଣା ହୁଏ ବୋଲି କିଛି ଯୁଆଡ଼ି କୁହନ୍ତି। ଯଦି ବଡ଼ ବଡ଼ିଆ କି ଚାକିରିଆ ଭାଇ ମାନେ ଧରା ପଡିବା ପରେ ବଦନାମର ଭୟରେ ଦଲାଲ ମାନଙ୍କ ସାହାଯ୍ୟ ରେ ମୋଟା ଅଙ୍କ ଦେଇ ଥାନାର ପଛପଟ ରାସ୍ତା ଦେଇ କାନମୁଣ୍ଡା ଆଉଁସି ଚାଲିଯିବାର ମଧ୍ୟ ଦେଖିବାକୁ ମିଳେ। ଏବଂ ସ୍ୱଳ୍ପ ପରିମାଣର ଜବତ ଟଙ୍କାକୁ ଭଲ ଭାବରେ ସଜେଇ ଫୋଟ ପୋଜ ଦେଇଥାଏ ପୋଲିସ l ଯୁଆଡ଼ି ଏବଂ ଜୁଆ ଆଡ୍ଡା ଚଳାଉଥିବା ଵ୍ୟକ୍ତି ବିଶେଷ ପୋଲିସ କୁ ହାତକରି ବିଭିନ୍ନ ଲଡ୍ଡଜ, ଭଡା ଘର ନେଇ ରାଜକୀୟ ସୁବିଧା ଯୁଆଡ଼ି ମାନଙ୍କୁ ଦେଇ ଜୁଆ ଖେଳାଉ ଥିବା ନଜିର ରହିଛି l ଏବଂ ଜୁଆ ଆଡ୍ଡା ଚାଲିଥିବା ଶହେ ରୁ ଦୁଇଶହ ମିଟର ପରିଧି ମଧ୍ୟରେ କିଛି ଵ୍ୟକ୍ତି ମୋବାଇଲ ଦ୍ଵାରା ଜାଗ୍ରତ ପ୍ରହରୀ ପରି କାମ କରିବାକୁ ଜୁଆ ମାଫିଆ ନିଯୁକ୍ତି ମଧ୍ୟ ଦେଇ ଥାନ୍ତି. କୌଣସି ପରିସ୍ଥିତି ଦେଖା ଦେଲେ ସଙ୍ଗେ ସଙ୍ଗେ ଖବର ଦିୟନ୍ତି ଯାହାଫଳରେ ଯୁଆଡ଼ି ମାନେ ସ୍ଥାନ ଖାଲି କରି ଦିୟନ୍ତି l ସୂଚନା ଥାଉକି ଏହି ଚଢ଼ାଉ ମଧ୍ୟ ଲୋକ ଦେଖାଣିଆ ବୋଲି ସାଧାରଣ ରେ ଚର୍ଚ୍ଚା ବି ହେଉଛି l କିଛି ସାମ୍ବାଦିକ ମଧ୍ୟ ଏଥିରେ ସାମିଲ ଥିବା ମଧ୍ୟ ଖଟିରେ ଚର୍ଚ୍ଚା ହେଉଛି ଦଲାଲି ପରି ଜୁଆ ଆଡ୍ଡା ଚଳାଉଥିବା ମାଫିଆ ମାନଙ୍କ ଠାରୁ ଏବଂ ପୋଲିସ ଠାରୁ କମିଶନ ପାଉଥିବା କଥା ହାଟରେ ଗଡୁଛି l ମୁଖ୍ୟତଃ ଚିକିଟି, ପାତ୍ରପୁର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଗୋପାଳପୁର, ବ୍ରହ୍ମପୁର ଅଞ୍ଚଳ ରେ ବ୍ୟାପକ ଜୁଆ ଖେଳ ଚାଲେ ଯୁଆଡ଼ି ମାନେ ଏବେ ଠାରୁ କ୍ଷେତ୍ର ପରିଦର୍ଶନ କରି ସାରିଲେଣି କେଉଁଠି କେଉଁ ଭଳି ସୁଭିଧା ରହିଛି ଏବଂ କେଉଁଠି କେତେ ନିରାପଦ ସେଠାରେ ଆସର ଜମିବ l ପୋଲିସ ପାଇଁ ଏହି ଋତୁ ପୁଷ ମାସ କହିଲେ କିଛିବି ଭୁଲ ହେବ ନାହିଁ l ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି l