ଆସିକା ବିଜୁପଟ୍ଟନାୟକ ଛକରେ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଜବତ ଦୁଇ ଗିରଫ….

add-all

ବ୍ରହ୍ମପୁର: ପାର୍ବଣ ଋତୁକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ସାଙ୍ଗକୁ ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସିକା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ ପେଟ୍ରୋଲିଙ୍ଗ ବେଳେ ବିଜୁପଟ୍ଟନାୟକ ଛକରୁ ବିପୁଳ ମରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବତୀ ଓ ଜଣେ ନାବାଳିକା କୁ ଥାନାକୁ ଆଣି ତଦନ୍ତ କରୁଥିବା ଜଣାପଡିଛି। ଜବତ ଗଞ୍ଜେଇ ୧୧ କିଗ୍ରା ୪୪୬ ଗ୍ରାମ ବୋଲି ଜଣାପଡିଛି। ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଆଣି ଅନ୍ୟ ସ୍ଥାନକୁ ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଛି। ଗଞ୍ଜେଇ ମାଫିଆ ମାନେ ଅଧିକାଂଶ କରି ଯୁବତୀ ଓ ନାବାଳିକା ମାନଙ୍କୁ ଗଞ୍ଜେଇ ଚାଲାଣ କରବାର ରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। ଆସିକା ଥାନା ପକ୍ଷରୁ କାଳଷଣ୍ଢପୁର, ବିଜୁପଟ୍ଟନାୟକ ଛକ, କଇଁ ଫୁଲିଆ ଛକ ପାକଲା ପଲ୍ଲୀ ଛକରେ ପେଟ୍ରୋଲିଙ୍ଗ ବ୍ୟବସ୍ତା କଡା କଡ଼ି କରଯାଉଥିବା ଓ ଜୁଆ ଖେଳ ହେଉଥିବା ଆଡ୍ଡା ମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରିଯାଇଥିବା ଥାନା ଅଧିକାରୀ କୁଳମଣୀ ସେଠି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.