ନବରଙ୍ଗପୁର ଜିଲ୍ଲା ରେ ଭୁଷୁଡୁଛି ଶିକ୍ଷା ବ୍ୟବସ୍ଥା :୨୪୫ ଛାତ୍ରୀ ପାଇଁ ୨ ଜଣ ଶିକ୍ଷୟିତ୍ରୀ…

youtube

ଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳ ରେ ଶିକ୍ଷକ ମରୁଡି.. ପାଠ ପଢା ଠପ

ଉମରକୋଟ /ଝରିଗାଁ (୧୭/୦୯/୨୦୨୫) ବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବଣୁଆଗୁଡ଼ା ପଂଚାୟତର ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁତର ଶିକ୍ଷକ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ଉଠିଛି। ୧୯୯୭ ମସିହାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା — ଦୂରଦୂରାନ୍ତର ଅଭାବଗ୍ରସ୍ତ ଝିଅମାନଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା ନିମନ୍ତେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଚିନ୍ତାଜନକ।
ଏହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୨୪୫ ଛାତ୍ରୀ ଅଛନ୍ତି। କ୍ଷମତାନୁସାରେ କମ୍ ସେ କମ୍ ୮ ଜଣ ଶିକ୍ଷକ ଥିବା ଦରକାର, କିନ୍ତୁ ବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ କେବଳ ୨ ଜଣ ଶିକ୍ଷୟିତ୍ରୀ। ଛାତ୍ରୀ ସଂଖା ୨୪୫ ଜଣ ରହୁଥିବା ସ୍ଥାନରେ ଶ୍ରେଣୀଗୃହ କେବଳ ଦୁଇଟି ରହିଛି। ଏତେ ବଡ଼ ସଂଖ୍ୟାର ଛାତ୍ରୀଙ୍କୁ ଦୁଇଜଣ ଶିକ୍ଷୟିତ୍ରୀଙ୍କ ସହାୟତାରେ ପାଠପଢା କରାଇବା ପ୍ରାୟ ଏକ ପ୍ରକାର ଅସମ୍ଭବ।ଦିନକୁ ୫-୬ ଟି ବିଷୟରେ ପାଠ ନେବାରୁ, ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ସମସ୍ତ ବିଷୟରେ ପାଠଦାନ କରିବାକୁ ପଡ଼ୁଛି। ଏହାର ଫଳରେ ଶିକ୍ଷାର ଗୁଣମାନ ଉପରେ ପ୍ରଭାବ ପଡ଼ୁଥିବାରୁ, ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବିଦ୍ୟାଳୟ ପରିସରରେ ଆବାସନ, ପାଣି, ହୋଷ୍ଟେଲ, ଖାଦ୍ୟ ସହିତ ପ୍ରାୟ ସମସ୍ତ ସୁବିଧା ରହିଛି। ତଥାପି, ଶିକ୍ଷକଙ୍କ ଅଭାବ ଏବେ ସମସ୍ୟାର ମୂଳ କାରଣ ହୋଇଛି। ବିଶେଷ କଥା, ୨୦୨୪-୨୫ ଶିକ୍ଷା ବର୍ଷରେ, କେବଳ ୨ଜଣ ଶିକ୍ଷୟିତ୍ରୀଙ୍କ ଆପ୍ରାଣ ପରିଶ୍ରମରେ, ବିଦ୍ୟାଳୟ ୧୦୦% ପାସ ହାର କରିଥିଲା। ଏହା ଶିକ୍ଷୟିତ୍ରୀଙ୍କ ତ୍ୟାଗ ଓ ସମର୍ପଣର ପ୍ରତିକ୍। କିନ୍ତୁ ଦୀର୍ଘକାଳ ପର୍ଯ୍ୟନ୍ତ ଏହି ପରିସ୍ଥିତିରେ ଗୁଣମାନପୂର୍ଣ୍ଣ ଶିକ୍ଷା ଦେବା ଅସମ୍ଭବ।ଗ୍ରାମବାସୀ ଓ ଅଭିଭାବକମାନେ କହୁଛନ୍ତି, “ଆମେ ବାରମ୍ବାର ପ୍ରଶାସନକୁ ଜଣେଇଛୁ। କିନ୍ତୁ ଶିକ୍ଷକ ପୋଷ୍ଟିଂ ସମ୍ବନ୍ଧରେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନାହିଁ।” ଛାତ୍ରୀମାନଙ୍କ ଭବିଷ୍ୟତ୍‌ର କଥା ଭାବି, ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀକୁ ଶିଘ୍ର ଭର୍ତ୍ତି କରିବା ପାଇଁ ଅଭିଭାବକ, ଗ୍ରାମବାସୀ ଓ ସ୍ଥାନୀୟ ସମାଜରୁ ଜୋରଦାର ଦାବୀ କରିବା ପରିଲକ୍ଷିତ ହେଲାଣି l

Leave A Reply

Your email address will not be published.