ରାଜ୍ ୟୁଥ୍ ଫାଉଣ୍ଡେସନ୍ ର ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ ସମାରୋହ-୨୦୨୫ ଅନୁଷ୍ଠିତ

youtube

ନୟାଗଡ : ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସଂଯୋଗସ୍ଥଳ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସ୍ଵତନ୍ତ୍ର ଅତିଥି ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ସିପିଆଇଏମ ନେତା ଶ୍ରୀ ସୁରେଶ କୁମାର ସ୍ୱାଇଁ,

ସମ୍ମାନୀତ ବକ୍ତା ଭାବେ ରାଜସୁନାଖଳା ଜୋନର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଭୁବନେଶ୍ୱରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବାସୁଦେବ ସାହୁ, ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ରାଜସୁନାଖଳା ଫାଣ୍ଡି ଅଧିକାରୀ ଶ୍ରୀ ଭୀମସେନ ମଲ୍ଲିକ, ମହାବୀର ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଶିଶିର କୁମାର ସାହୁ ଓ ରାଜ୍ ୟୁଥ୍ ଫାଉଣ୍ଡେସନ ସାଂସ୍କୃତିକ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ, ସହ ସମ୍ପାଦକ ଶ୍ରୀ ଦିଲ୍ଲୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସଭାକାର୍ଯ୍ୟକୁ ରାଜ୍ ୟୁଥ୍ ଫାଉଣ୍ଡେସନର ସାଧାରଣ ସମ୍ପାଦକ ତଥା ଆଇନ୍ ଜୀବୀ ରାଜିବ ଲୋଚନ ପ୍ରଧାନ ପରିଚାଳନା କରିଥିବା ବେଳେ ରାଜ୍ ୟୁଥ୍ ଫାଉଣ୍ଡେସନର ସଭାପତି ଶ୍ରୀ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ l ଓଡ଼ିଶା ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କ ବିଷୟରେ ଓ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ଦାବୀ ନେଇ ଅହରହ ସଂଗ୍ରାମ ଜାରୀ ରଖିଛି ରାଜ୍ ୟୁଥ୍ ଫାଉଣ୍ଡେସନ । ଏଥିନେଇ ଭବିଷ୍ୟତରେ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ପାଇଁ ରାଜ ୟୁଥ୍ ଫାଉଣ୍ଡେସନ ସଂଗ୍ରାମ ଜାରି ରଖିବ ବୋଲି ଜଣା ପଡିଛି l ଏବେ ଏହି ସଂଗଠନ କେବଳ ରାଜସୁନାଖଳା ଅଞ୍ଚଳରେ ସୀମିତ ନରହି ସମଗ୍ର ଓଡିଶାରେ କାର୍ଯ୍ୟକରୁ ବୋଲି ମୁଖ୍ୟ ଅତିଥି ଶ୍ରୀ ଦେବାଶିଷ ପଟ୍ଟନାୟକ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ,ପ୍ରଦୀପ୍ତ ମହାପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ନିଖୁଣ ସଂଗୀତ କାର୍ଯ୍ୟକ୍ରମ ଏବଂ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ସଂଗୀତ କଳା ପ୍ରଦର୍ଶନ କରିଥିଲେ l ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା ତତସହିତ ଚଳିତବର୍ଷ ଶ୍ରୀ ଗଣେଶ ପୂଜା ଉତ୍ସବ ଓ ସାମୁହିକ ଭାସାଣି ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେବା ନେଇ ରାଜସୁନାଖଳା ଏହାର ପାଖ ଅଞ୍ଚଳର ସମସ୍ତ ୧୫ ଗୋଟି ଯୁବକ ସଂଘଙ୍କୁ ସମ୍ମାନୀତ କରାଯିବା ସହ ସୁନ୍ଦର ପ୍ରସେସନ, ବାଜା ଓ ମୂର୍ତ୍ତିକୁ ନେଇ ନୃସିଂହପୁର ଟାଙ୍ଗୀସାହିର “ରଘୁନାଥ ଯୁବକ ସଂଘ”କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.