
ଅନୁଗୋଳ : ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ । ପଦଯାତ୍ରରେ ଆସି ଏସପି ଅଫିସ ଆଗରେ ଧାଣାରେ ବସିଲେ । ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ହାତ ଖାଲି । ଏଯାଏଁ ଅଭିଯୁକ୍ତକୁ ଗିରଫ କରିପାରିନି ପୋଲିସ ।
ଗତ ୭ ତାରିଖରେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ନିଜ ଝିଅକୁ ନ୍ୟାୟ ପାଇଁ ରାଜରାସ୍ତାରେ ୧୦ କିଲୋମିଟର ଚାଲି ଚାଲି ଏସପିଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି ମୃତ ପୀଡ଼ିତାଙ୍କ ମାଆଙ୍କ ସହ ଶତାଧିକ ମହିଳା । ଝିଅକୁ ନ୍ୟାୟ ଦାବି କରି ଅଭିଯୁକ୍ତକୁ ଗିରଫ କରିଛନ୍ତି ଆନ୍ଦୋଳନକାରୀ ।
ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏକଜୁଟ ହୋଇ ଜସ୍ମିନକୁ ନ୍ୟାୟ ଦାବିରେ ଏସ୍ପି ଅଫିସ୍ ଘେରାଉ କରିବାକୁ ବାହାରିଥିବା ବେଳେ ପୁଲିସ ସେମାନଙ୍କୁ ଗାଡ଼ିରେ ନେବାକୁ ଗାଡ଼ି ଚାଳକଙ୍କୁ ବାରଣ କରିବାରୁ ଚାଲି ଚାଲି ଅଫିସ ଅଫିସ୍ ଯାଉଛନ୍ତି ୨୦୦ରୁ ଅଧିକ ମହିଳା ।