
ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ । ସହୀଦ ନଗର ଥାନା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । କ୍ୟାମ୍ପସର ଅଳିଆ ଗଦାରୁ ଉଦ୍ଧାର କରାଯାଇଛି ଏହି ଶିଶୁଟିକୁ । କିଏ କାହିଁକି ଏହି ମୃତ ଶିଶୁଟିକୁ ଫିଙ୍ଗିଲା ସେ ନେଇ ତଦନ୍ତ କରୁଛି ପୋଲିସ ।
ଏନେଇ ସହୀଦ ନଗର ଥାନାରେ ଏକ ରିପୋର୍ଟ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । କେହି ଛୁଆକୁ କ୍ୟାମ୍ପସକୁ ଫିଙ୍ଗି ଥିବା କର୍ତ୍ତୃପକ୍ଷ ସଂଦେହ କରି ପୋଲିସକୁ ଜଣାଇଛନ୍ତି । ଯାହାକୁ ନେଇ ପୋଲିସ ଘଟଣା ସ୍ଥଳରେ ସିସିଟିଭିକୁ ଆଧାରକରି ତଦନ୍ତ ଆରମ୍ଭ କରିଛି।