କରେଣ୍ଟ ଲାଗି ଦୁଇ ଭାଇ ମୃତ

add-all

ଜଳେଶ୍ଵର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଭାଇ ମୃତ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ କପାସୁଦା ଗାଁର ହୋଇଥିବା ସୂଚନା ମିଳିଛି। ଆଜି ଦୁଇ ଭାଇ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା। ଫଳରେ ଦୁଇ ଭାଇ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.