ଆସିକାରେ ଏକ୍ସପାଇର ବା ଅବଧି ତାରିଖ ସରିଥିବା ସାମଗ୍ରୀ ବହୁଳ ଭାବରେ ବିକ୍ରି !

add-all

ପ୍ରଶାସନ ଚେଇଁ ଶୋଇଛି….!
ବ୍ରହ୍ମପୁର : ଆସିକା ଅଞ୍ଚଳରେ ଏକ୍ସପାଇର ଖାଦ୍ୟ ସାମଗ୍ରୀ ଖୁଲାମ ଖୁଲା ବିକ୍ରି ହେଉଛି । ଚକଲେଟ, ମୃଦୁ ପାନୀୟ, ବିସ୍କୁଟ, କେକ୍ ଆଦି ଖାଦ୍ୟ ସମୟ ଅତିକ୍ଲାନ୍ତ ହୋଇଥିଲେ ବି ଅବାଧରେ ବିକ୍ରି ହେଉଛି । ଅଧିକାଂଶ କରି ସ୍କୁଲ,କଲେଜ ସାହି, ବସ୍ତିରେ ବିଭିନ୍ନ ପ୍ରକାର ର ମୃଦୁ ପାନୀୟ ପାନୀୟ ବୋତଲ, ବିସ୍କୁଟ ଚକଲେଟ ଏକ୍ସପାଇର ହୋଇଥିଲେ ବି ଦୋକାନୀ ମାନେ ବିକ୍ରି କରୁଛନ୍ତି।ପଚାରିଲେ ଉତ୍ତର ମିଳେ ଆମେ ଏବେ ଆଣିଛୁ ବୋଲି। ଅଧିକାଂଶ ଗ୍ରାହକ କେଉଁ ମାସରେ ତିଆରି କେଉଁ ମାସରେ ଅବଧି ସରୁଛି, ଦେଖନ୍ତି ନାହିଁ। ଶିକ୍ଷିତ ବ୍ୟକ୍ତି ସ୍ୱଳ୍ପ ଖାଦ୍ୟ ସାମଗ୍ରୀର ତିଆରି ଏକ୍ସପାଇର ତାରିଖ ଦେଖନ୍ତି। ଆସିକା ଅଞ୍ଚଳ ରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ର ମାନର ଯାଞ୍ଜ ଦୀର୍ଘ ବର୍ଷ ହେଲା ହେବାର ନଜିର ନାହିଁ। ଆସିକା ଅଞ୍ଚଳ ରେ ଅସଲି ଟଙ୍କା ନେଇ ଏକ୍ସପାଇର ସାମଗ୍ରୀ ବିକ୍ରି ଉପରେ କେବେ ରୋକ ଲାଗୁଛି, ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.