୨୭ରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅନୁଧ୍ୟାନ କଲେ ଡିଜିପି

add-all

ଭୁବନେଶ୍ଵର : ଆସନ୍ତା ୨୭ ତାରିଖରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରପ୍ ରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ଏୟାରଷ୍ଟ୍ରିପ୍ କୁ ଯାଇ ଡିଜିପି ସମୀକ୍ଷା କରିଛନ୍ତି। ପରିବହନ ମନ୍ତ୍ରୀ ମଧ୍ୟ ଗଞ୍ଜାମ ଗସ୍ତ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଆସି ଏକ ବିଶାଳ ଜନସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେବାପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି।

ad-week
Leave A Reply

Your email address will not be published.