ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ; ଏମାର ମଠ ରୁପା ଇଟା ସ୍ଥାନାନ୍ତର ପ୍ରସ୍ତାବ

add-all

ପୁରୀ : ଆଜି ପୁରୀରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜାରି ରହିଛି। ରତ୍ନଭଣ୍ଡାର ମରାମତି ସରିଥିବାରୁ ଏମାର ମଠରୁ ବାହାରିଥିବା ରୁପା ଇଟା ଶ୍ରୀମନ୍ଦିର ଆଣିବାକୁ ପ୍ରସ୍ତାବ ହୋଇଛି। ଏମାର ମଠରୁ ବାହାରିଥିବା ୫୪୫ ରୁପା ଇଟା ଜିଲ୍ଲା ଆର୍ମରୀରେ ରହିଛି। ଅନ୍ୟପଟେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ ବାହାରେ । ତେବେ କେଉଁ ସମୟରେ ଶ୍ରୀମନ୍ଦିର ଫିଟାଯାଇ ଏହି ନୀତି ସବୁ ହେବ ସେନେଇ ବୈଠକରେ ବିଭିନ୍ନ ନିଯୋଗର ସେବକଙ୍କ ସହ ଆଲୋଚନା କରାଯିବ । ପଞ୍ଚୁକ ପାଇଁ ମହାପ୍ରଭୁଙ୍କ ବିଭିନ୍ନ ବେଶ ନେଇ ଆଲୋଚନା କରାଯିବ।

ad-week
Leave A Reply

Your email address will not be published.