ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ଗୁରୁତର

add-all

ବାସୁଦେବପୁର: ବାସୁଦେବପୁର ଥାନା ଗୁଆଗଡିଆ ପଞ୍ଚାୟତ କମାରଗା ଗାଁରେ ଘରକୁ ଫେରୁଥିବାବେଳେ ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ସୂଚନା ଅନୁଯାୟୀ କାମରଗା ଗାଁର ମେରମାନ ସାହାଜୀଙ୍କ ପତ୍ନୀ ମସଜିଦ ସାହାଜୀ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ମିର୍ଜାପୁର ଗାଁର କିଛି ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲ ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.