ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ୨୨ ଛାତ୍ରଛାତ୍ରୀ

add-all

 ଭୁବେନଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ଏକ ପ୍ରଶ୍ନ ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଏସବୁ ଆତ୍ମହତ୍ୟା ଘଟଣା ଘଟିଛି। ରାୟଗଡ଼ାରେ ସର୍ବାଧିକ ୪ ଛାତ୍ର ଆତ୍ମହତ୍ୟା କରିଥିବାବେଳେ କିଟ୍‌ରେ ୨ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

ad-week
Leave A Reply

Your email address will not be published.