ଦୁର୍ଘଟଣାରେ ବାପା-ପୁଅ ଓ ଝିଅ ମୃତ, ମାଆ ଗୁରୁତର

add-all

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆଦେହେଲି ନିକଟରେ ଭ୍ୟାନ୍ ଧକ୍କାରେ ବାପା, ୬ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୋମବାର ସକାଳେ ବାପା, ମାଆ, ପୁଅ ଏବଂ ଝିଅ ୪ ଜଣ ଏକ ବାଇକ୍ ରେ ଆସୁଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ଏବଂ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଏବଂ ଝିଅଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଝିଅର ମୃତ୍ୟୁ ଘଟିଥିଲା। ମାଆଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.