ଥାନାରେ ଥାର୍ଡ ଡିଗ୍ରୀ: ଆତ୍ମହତ୍ୟା କଲେ ଅଭିଯୁକ୍ତ.. !

add-all

ଚୌଦ୍ଵାର : ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲା ଚୌଦ୍ଵାର ଥାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସର ଅମାନୁଷିକ ମାଡ଼ ସହି ନ ପାରି ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଏକ ଗାଡ଼ି ଚୋରି ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକ(୩୮)। ସୋମବାର ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଅଭିଯୁକ୍ତଙ୍କ ସାନ ଭାଇଙ୍କ କହିବା ଅନୁସାରେ, ପୁଲିସ ତାଙ୍କ ଭାଇକୁ ଏକ ଘର ଭିତରେ ଭର୍ତ୍ତି କରି ପାଇପରେ ନିସ୍ତୁକ ପିଟିଥିଲା। ମାଡ଼ ଯନ୍ତ୍ରଣା ସହି ନ ପାରି ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ ଏହି ଘଟଣାରେ ଚୌଦ୍ଵାର ଥାନା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

ad-week
Leave A Reply

Your email address will not be published.