ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଦମ୍ପତି ମୃତ, ଝିଅ ଗୁରୁତର

youtube

ଜଳେଶ୍ବର: ଜଳେଶ୍ବରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା ।  କାନ୍ଥ ଭୁଶୁଡ଼ି ଦମ୍ପତି ମୃତ ଏବଂ ଝିଅ ଗୁରୁତର। ଜଳେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ । ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଥିବା ସନ୍ଦେହ କରାଯାଉଛି ।

ଶୋଇଥିବାବେଳେ ଚାଲିଗଲା ଜୀବନ। କାନ୍ଥ ଭୁଶୁଡ଼ି ଦମ୍ପତି ମୃତ, ଝିଅ ଗୁରୁତର। ଜଳେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଅଘଟଣ। ମୃତକ ସ୍ବାମୀ ପିଥ ମୁର୍ମୁ ଓ ସ୍ତ୍ରୀ ମିନତୀ ମୁର୍ମୁ । ୧୨ ବର୍ଷର ଝିଅ ଲକ୍ଷ୍ମୀକୁ ଉଦ୍ଧାର କରାଯାଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ କାନ୍ଥଟି ଭୁଶୁଡ଼ି ପଡିଥିଲା । ୩ ଜଣ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ମାଆ, ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଅବସ୍ଥା ଗୁରୁତର ରହିଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.