ମାଲକାନଗିରି ଜିଲ୍ଲାରେ ୧୫ଟି କେନ୍ଦ୍ରରେ ୩୨୦୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଲେ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ୧୫ ଟି କେନ୍ଦ୍ର ରେ ୩୨୦୦ ଜଣ ଛାତ୍ର ଛାତ୍ରୀ ବୃତ୍ତିପରୀକ୍ଷା ଦେଇଛନ୍ତି। ଆଜି ମାଲକାନାଗିରି ଜିଲ୍ଲା ରେ ପ୍ରାଥମିକ ବୃତ୍ତି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକ ଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ସମସ୍ତ ୭ ଗୋଟି ବ୍ଲକ ରେ ଏହି ପରୀକ୍ଷା ଆୟୋଜନ କରାଯାଇଛି। ମାଲକାନଗିରି, ପଡିଆ, କାଲିମେଳା, କୋରକୁଣ୍ଡା,ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ସମସ୍ତ ୭ଟି ବ୍ଲକରେ ହୋଇଥିବା ୧୫ ଗୋଟି ପରୀକ୍ଷା କେନ୍ଦ୍ର ରେ ପ୍ରାୟ ୩୨୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥିଲେ। ସେହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ମେଧା କୃତି ଛାତ୍ର ଛାତ୍ରୀ ଙ୍କୁ ଚୟନ କରାଯାଇ ସରକାରୀ ବୃତ୍ତି ପ୍ରଦାନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତାର ସହିତ ଆୟୋଜିତ ହୋଇଯାଇଛି।

ad-week
Leave A Reply

Your email address will not be published.