ହାତୀ-ମଣିଷ ଲଢେଇ: ୪ମାସରେ ଯାଇଛି ୪୫ଜଣଙ୍କ ଜୀବନ

youtube

ଭୁବନେଶ୍ୱର: ସାଢେ ୪ମାସରେ ହାତୀ-ମଣିଷ ଲଢେଇରେ ଯାଇଛି ୪୫ଜଣଙ୍କ ଜୀବନ । ଏହି ସମୟ ଭିତରେ ଭିନ୍ନ ଭିନ୍ନ କାରଣରୁ ୯ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ବିଦ୍ୟୁତ୍‍ ଆଘାତରେ ୭ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରେନ୍‍ ଧକ୍କାରେ ଓ ଶିକାରୀଙ୍କ ଗୁଳିରେ ଆଉ ୨ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ୨୦୨୪ ନଭେମ୍ବର ଗଣନା ଅନୁସାରେ ୨୧୦୩ ହାତୀ ରାଜ୍ୟରେ ରହିଛନ୍ତି ।

Leave A Reply

Your email address will not be published.