ସର୍ପାଘାତରେ ମାଆ, ପୁଅ ମୃତ

add-all

ବଣାଇ:  ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ ଗାଁ ଆଜି ଭୋରୁ ସାପ କାମୁଡାରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି। ବଡଚୁଆଁ ଗାଁର ରଥ କୁଲୁ ଘରେ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ତୁଳସୀ କୁଲୁ ଏବଂ ଚାରି ବର୍ଷର ଶିଶୁ ପୁତ୍ର ଅବିନାଶ ତଳେ ଶୋଇଥିଲେ। ଭୋର ୩ଟା ବେଳେ ଏକ ବିଷାକ୍ତ ସାପ ମା’ ପୁଅଙ୍କୁ କାମୁଡ଼ି ଦେଇଥିଲା।

ସାପ କାମୁଡି ଦେଇ ଥିବା ଜାଣି ପାରି ତୁଳସୀ ଙ୍କ ସ୍ବାମୀ ଉଭୟଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁ ପୁତ୍ରର ମୃତ୍ୟୁ ବଣାଇ ଡାକ୍ତରଖାନା ରେ ହୋଇଥିବା ବେଳେ ତୁଳସୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠା ଯାଇଥିଲା। ଚିକିତ୍ସା ପାଇଁ ଯାଉଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଘଟଣାକୁ ନେଇ ବଡ଼ଚୁଆ ଗାଁରେ ଶୋକର ଛାୟା ଖେଳି ଯାଇଛି। ତେବେ ଦୁଇ ମାସରେ ସାପ କାମୁଡାରେ ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି।

ad-week
Leave A Reply

Your email address will not be published.