ସାର ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ; ବୁଝାସୁଝା ପରେ ହଟିଲା ରାସ୍ତାରୋକ

add-all

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ସାର ପାଇଁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖୁଣ୍ଟବନ୍ଧଠାରେ ଚାଷୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ୍‌ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଚାଷୀ ମାନେ ସାର ପାଇଁ ସପ୍ତାହେ ପୂର୍ବରୁ ଆଧାର କାର୍ଡ ଦେଇଥିଲେ। ମାତ୍ର ଏହା ପରେ ବି ଚାଷୀଙ୍କୁ ସାର ମିଳୁନାହିଁ.। ସମ୍ପର୍କୀୟ ଲୋକଙ୍କୁ ସାର ଦେଉଥିବା ବେଳେ ପୂର୍ବରୁ ଆମେ କାର୍ଡ ଦେଇଥିଲେ ସୁଦ୍ଧା ଟୋକନ ଦେଉନାହାନ୍ତି କି ସାର ଦେଉନାହାନ୍ତି।  ପେକ୍ସ ରେ ସାର ବଣ୍ଟନ ରେ ବ୍ୟାପକ ଅନିୟମିତତା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଭୋର୍ ସମୟରୁ କାର୍ଯ୍ୟାଳୟ ଖୋଲି ଚାଷୀ ଙ୍କୁ ଟୋକନ୍ ଦେଉଥିବା ବେଳେ ଅଫିସ ସମୟରେ ଆସୁଥିବା ଚାଷୀମାନେ ଟୋକନ୍ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି ରାତ୍ରିରେ ସାର ବଣ୍ଟନକୁ ନେଇ ଚାଷୀ ଅସନ୍ତୋଷ ଜାହିର କରିଛନ୍ତି। ସାରର କୃତ୍ରିମ ଅଭାବ ଚାଷୀ ମାନଙ୍କ ଧାନ ଚାଷ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ସେପଟେ ସମବାୟ ସମିତି ସମ୍ପାଦକ ଙ୍କ ନିର୍ଦ୍ଦେଶକ୍ରମେ ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ୫୫୦ ଜଣ ଚାଷୀ ଙ୍କୁ ଟୋକନ୍ ଦିଆଯାଇଛି।  ଏବଂ ସେମାନଙ୍କୁ ପ୍ରଥମେ ସାର୍ ଦିଆଯିବ ବୋଲି କହିଛନ୍ତି ସମବାୟ ସମିତି କର୍ମଚାରୀ।

ad-week
Leave A Reply

Your email address will not be published.