ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ

youtube

ଝାରସୁଗୁଡ଼ା : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗ ଦେବେ ।  ମୋଦିଙ୍କ ଗସ୍ତ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ।  ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଝାରସୁଗୁଡ଼ାରେ ଗତକାଲି ଠାରୁ ଅଛନ୍ତି ମୁଖ୍ୟମନ୍ତ୍ରୀ ।  ଆସନ୍ତାକାଲି ମୋଦିଙ୍କର ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି ।  ୧୭ଶହ କୋଟିର ଏକାଧିକ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି ।

ଝାରସୁଗୁଡ଼ା ଅମଲିପାଲି ପଡ଼ିଆ ଯୁବ ସମାବେଶରେ ଯୋଗ ଦେବେ ।  ଗ୍ରାଉଣ୍ଡରେ ସମୀକ୍ଷାରେ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଡିଜିପି ଖୁରାନିଆ ।  ସୁରକ୍ଷାରେ ରହିବେ ୮୦ ପ୍ଲାଟୁନ ଫୋର୍ସ ।  ଏକ ଘଣ୍ଟାର କାର୍ଯ୍ୟକ୍ରମରେ ୧୭ ଶହ କୋଟିର ପ୍ରକଳ୍ପ ଭେଟି ଦେବେ ମୋଦି ।

ଅମଲିପାଲି ଗ୍ରାଉଣ୍ଡ ଜିରୋରେ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତାମାନେ ପହଞ୍ଚି ପ୍ରସ୍ତୁତି ପରଖୁଛନ୍ତି ।  ଝାରସୁଗୁଡ଼ା ବିମାନ ବନ୍ଦରରୁ ସଭାସ୍ଥଳ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା।  ନିଜେ ପୋଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦୁଇ ଥର କାରକେଡ୍ ରିହରସାଲ ହୋଇଛି ।  ବିମାନ ବନ୍ଦରରୁ ଅମଲିପାଲି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା କାରକେଡ ।

ପୁଣି ଥରେ ସଭାସ୍ଥଳରୁ ଯାଇଥିଲା ବିମାନ ବନ୍ଦର । ପୋଲିସ ଡିଜିଙ୍କ ଉପସ୍ଥିତିରେ ହୋଇଛି କାରକେଡ ରିହରସାଲ ।  ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି ।  ୮୦ ପ୍ଲାଟୁନ ଫୋର୍ସ ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ । ୨୦୦ରୁ ଅଧିକ ପୋଲିସ ଅଧିକାରୀ, ୩୦ ଜଣ ଡିଏସପି ରାଙ୍କ ଅଧିକାରୀ ଓ ୫ ଜଣ ଏସପି ସୁରକ୍ଷା ଦାୟିତ୍ବରେ ଅଛନ୍ତି ।

Leave A Reply

Your email address will not be published.