ଶ୍ରୁତି ସ୍ଵତନ୍ତ୍ର ବିଦ୍ୟାଳୟରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳନ

youtube

ନୟାଗଡ଼ : ସହିଦ୍ ଯୁବ ସଂଘ ନୟାଗଡ଼ ଦ୍ବାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରେ ଆନ୍ତର୍ଜାତିକ ସାଂକେତିକ ଭାଷା ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତି ର ଅଧ୍ୟକ୍ଷା ଜୟଶ୍ରୀ ନାୟକ ଅଧକ୍ଷତା କରି ଆନ୍ତର୍ଜାତିକ ସାଂକେତିକ ଭାଷା ଦିବସ ର ମହତ୍ତ୍ଵ ଓ ଚଳିତ ବର୍ଷ ର ବିଷୟବସ୍ତୁ” ସାଂକେତିକ ଭାଷା ଅଧିକାର ବ୍ୟତୀତ ମାନବାଧିକାର ନିରର୍ଥକ ” ଉପରେ ଆଲୋକ ପାତ କରିଥିଲେ lକାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବାକ ଚିକିତ୍ସକ ସ୍ଵର୍ଣ୍ଣ ପରୀ ପ୍ରିୟଦର୍ଶିନୀ ସମସ୍ତ ବାକ ଓ ଶ୍ରବଣ ବାଧିତ୍ ଛାତ୍ର ଛାତ୍ରୀ ମାନଙ୍କୁ ସାଂକେତିକ ଭାଷା ରେ ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ l ସ୍ବତନ୍ତ୍ର ଶିକ୍ଷକ ଆନନ୍ଦ କୁମାର ଚୌଧୁରୀ, ଜିତେନ୍ଦ୍ର ସେନାପତି, ମିଥୁନ ମଲ୍ଲିକ, ଶିକ୍ଷୟିତ୍ରୀ ଲତା ସାହୁ ଆଜିର ଦିବସ ର ତାତ୍ପର୍ଯ୍ୟ ଓ ସାଂକେତିକ ଭାଷା ସମସ୍ତଙ୍କ ର ଭାଷା ହେବା ଉଚିତ୍ ବୋଲି ଅଭିହିତ କରିଥିଲେ l
ଏହି ଭାଷା ର ପ୍ରଚଳନ ସ ରକାରୀ ଓ ଘରୋଇ କ୍ଷେତ୍ରରେ ପ୍ରଚାର ପ୍ରସାର ହେଲେ ସମସ୍ତ ବାକ ଓ ଶ୍ରବଣ ବାଧିତ ବ୍ୟକ୍ତି ମାନଙ୍କ ର ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟ କ୍ରମକୁ ମମତା ସାହୁ ଓ ସନ୍ଦୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ୪୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.