ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ କରି ଗିରଫ ହେଲା ସ୍ୱାମୀ

add-all

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ହେଲେ ଜିତେନ୍ଦ୍ର ତାଣ୍ଡି(୩୧)। ଏ ନେଇ ଜିତେନ୍ଦ୍ରଙ୍କ ସ୍ତ୍ରୀ ଥାନା​‌ରେ ଅଭିଯୋଗ କରିଥିଲେ।

ସୂଚନା ଅନୁସାରେ, ତୁରେକେଲା ଥାନା ଅନ୍ତର୍ଗତ ଗୁର୍ଜି ଭଟା ଗାଁର ଜଣେ ଯୁବତୀଙ୍କୁ ଜିତେନ୍ଦ୍ର ପ୍ରେମ ବିବାହ କରିଥିଲେ। ଗତ ୬ ମାସ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଫଳରେ ଉଭୟେ ଅଲଗା ରହୁଥିଲେ। ଜିତେନ୍ଦ୍ର ଅନେକ ଥର ଭିଡିଓ କଲ୍‌ କରି ସ୍ତ୍ରୀକୁ ଧମକ ଚମକ ଦେବା ସହ ପୂର୍ବରୁ ରଖିଥିବା ଏକ ଅଶ୍ଳୀଳ ଭିଡିଓକୁ ଇନଷ୍ଟାଗ୍ରାମରେ ଭାଇରାଲ କରିଦେଇଥିଲେ। ଏ ନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କଣ୍ଟାବାଞ୍ଜି ଜେଏମଏଫସିକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.