ଓଏଏସରେ ବ୍ରହ୍ମପୁରର ଝିଅ କୃତକାର୍ଯ୍ୟ

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ର ଖୋଡ଼ା ଶିଙ୍ଗି ବାସୁଦେବ ନଗର ଦ୍ଵିତୀୟ ଲେନ ନିବାସୀ ଅବସର ପ୍ରାପ୍ତ ସହ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ଜେନା, ସଂଯୁକ୍ତା ରାଣୀ ଜେନା ଙ୍କ ସୂପୁତ୍ରି ଶ୍ରୀମତୀ ସୋନାଲି ଜେନା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ରେ ୧୬୯ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇ ଛନ୍ତି। ଶ୍ରୀମତୀ ଜେନା ବର୍ତ୍ତମାନ ଓଡ଼ିଶା ଔଷଧ ନିଗମ ରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୈତୃକ ଗ୍ରାମ ପୋଲସରା ବ୍ଲକ୍ ର ଭାବାରଡା ଗ୍ରାମ ଅଟେ।ସେ ପିଲାବେଳୁ ମେଧାବୀ ଛାତ୍ରି ଥିଲେ।

ସେ ବ୍ରହ୍ମପୁର ର ଗିରି ରୋଡ ହାଇସ୍କୁଲ ଓ ଖଲିକୋଟ କଲେଜ ର ଛାତ୍ରୀ ଥିଲେ ପରବର୍ତ୍ତୀ ସମୟ ରେ ସେ ବିତେକ୍ କରିଥିଲେ। ତାଙ୍କର ସ୍ବାମୀ ଦୀପକ୍ କୁମାର ସ୍ବାଇଁ ମଧ୍ୟ ବର୍ତ୍ତମାନ ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ ରେ ମଧ୍ୟ କାର୍ଯ୍ୟରତ। ତାଙ୍କର ସଫଳତା ରେ ବାସୁଦେବ ନଗର ଉନ୍ନୟନ ପରିଷଦ ର ସଭାପତି ଶ୍ରୀ ସତ୍ୟ ନାରାୟଣ ମିଶ୍ର, ସମ୍ପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ଙ୍କ ସମେତ ଅଞ୍ଚଳ ବାସୀ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି।

ad-week
Leave A Reply

Your email address will not be published.