ଲଗାଣ ବର୍ଷାରେ ଭୁଶୁଡ଼ିଲା ରେତ ଡ୍ୟାମ କେନାଲ ହୁଡ଼ା

add-all

ଭବାନୀପାଟଣା : କଳାହାଣ୍ଡିରେ ଗତ ୨ ଦିନର ଲଗାଣ ବର୍ଷାରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସଦର ବ୍ଲକ୍ ଦେପୁର ନିକଟରେ ରେତ ଡ୍ୟାମର ମୁଖ୍ୟ କେନାଲ ତ ପ୍ରାୟ ୨୦ ଫୁଟ ହୁଡ଼ା ଭାଙ୍ଗି ଯାଇଛି। ଫଳରେ ପ୍ରାୟ ୬୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହେଇ ବିଲରେ ଥିବା ଫସଲ ନଷ୍ଟ ହେଇଛି। ଆଜି ସକାଳୁ କେନାଲ ଭାଙ୍ଗିଥିବା ଦେଖି ଚାଷୀମାନେ ସୂଚନା ଦେଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ନାହାନ୍ତି। ଫଳରେ ଖବର ଲେଖାଯିବା ଯାଏଁ ଭାଙ୍ଗିଥିବା ସ୍ଥାନରେ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ ଲଗାଣ ବର୍ଷା ଯୋଗୁଁ କେନାଲରେ ଜଳ ଯୋଗାଣ ବନ୍ଦ କରିବା ପାଇଁ ଚାଷୀମାନେ ଅନୁରୋଧ କରିଥିଲେ। ହେଲେ କେହି କର୍ଣ୍ଣପାତ କରିନଥିଲେ। ପୂର୍ବରୁ ମଧ୍ୟ ନିମ୍ନମାନର କାମ ଯୋଗୁଁ କେନାଲରେ ବଡ ଘାଇ ସୃଷ୍ଟି ହୋଇଥିଲା।

ad-week
Leave A Reply

Your email address will not be published.