ଟ୍ରକ୍ ଧକ୍କାରେ ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଜୀବନ

youtube

ରାୟଗଡା :ଟ୍ରକ୍ ତଳେ ଚାପି ହୋଇ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ମୃତ୍ଯୁବରଣ କରିଛନ୍ତି ।  ମୃତକ ହେଲେ କାଶୀପୁର ବ୍ଳକ ସିନ୍ଦୁରଘାଟି ପଞ୍ଚଯାତ ଡେରାକଣା ଗ୍ରାମର ରାହୁଳ ନାଏକ ।  ରାହୁଲ ରାୟଗଡା ବ୍ଲକ ପେନିକଣା ଆଶ୍ରମ ବିଦ୍ଯାଳୟରେ ରହି ପଡୁଥିବା ବେଳେ ଆଜି ଦଶହରା ପାଇଁ ଛୁଟି ହୋଇଥିଲା ।

ସେ ତାଙ୍କ ସଂପର୍କିୟ ଭାଇ ଲୋଚନ ନାଏକଙ୍କ ସହ ସ୍କୁଲରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ଅଡିଟରିଅମ୍ ସାମ୍ନାରେ ଏକ ବାଇକ ସହ ତାଙ୍କ ବାଇକ ଧକ୍କା ହୋଇଥିଲା । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା  ଏକ ଟ୍ରକ୍ ଚକା ତଳେ ରାହୁଲ ପଡିଯାଇଥିଲେ ।

ଫଳରେ ଘଟଣାସ୍ଥଳରେ ସେ ମୃତ୍ଯୁବରଣ କରିଥିଲେ ।  ଅନ୍ଯପଟେ ଭାଇ ଲୋଚନ ନାଏକ ଏବେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ଚାନ୍ଦିଲି ଥାନା ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.