ହାଣ୍ଡିଆ ପିଇ ଦେବାରୁ ସ୍ତ୍ରୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ୱାମୀ

add-all

ଉଦଳା : ସ୍ୱାମୀ ସାଜିଲା ସୈତାନ ।  ସାମାନ୍ୟ ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ।

ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶା ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଘରେ ପଡ଼ିଥିବା କାଠ ଫାଳିଆରେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିଥିଲା ଜହ୍ଲାଦ ସ୍ୱାମୀ ଗୁରୁ ପ୍ରସାଦ। ଦୁଇ ଛୋଟ ପିଲାଙ୍କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଗୁରୁ ପ୍ରସାଦ। ଉଦଳା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି। ଏହା ସହ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।

ad-week
Leave A Reply

Your email address will not be published.