ମଦ ମାଫିଆଙ୍କ ସିକ୍ରେଟ୍ ଚାମ୍ବର ଭାଙ୍ଗିଲା ଅବକାରୀ ବିଭାଗ

add-all

ଭୁବନେଶ୍ବର: ଶନିବାର ଅବକାରୀ ବିଭାଗ ସାଲିଆ ସାହିର ନୀଳଚକ୍ରନଗର ବସ୍ତିରେ ଦେଶୀ ମଦ ଭାଟି ଉପରେ ଚଢାଉ କରି ୫ ହଜାର ଲିଟର ଦେଶୀ ମଦ ଏବଂ ୧୬ ହଜାର ଲିଟର ପୋଚ ଜବତ କରିଥିଲା। ରବିବାର ପୁଣି ଥରେ ବିଭାଗ ସାଲିଆ ସାହିର ପଣ୍ଡା ନଗରରେ ଥିବା ମଦ ଭାଟି ଉପରେ ରେଡ୍ କରି ମାଟିରେ ମିଶାଇ ଦେଇଛି। ଚଢାଉ ସମୟରେ ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର ଠାବ ହୋଇଛି ।

ସୂଚନା ମୂତାବକ ଶନିବାର ଅବକାରୀ ବିଭାଗ ପକ୍ଷରୁ ରେଡ଼ କରାଯାଇ ୧୬ ହଜାର ଲିଟର ପୋଚ ସହ ୫ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା । ସିକ୍ରେଟ ଚାମ୍ବରରେ ଦେଶୀ ମଦ ଗଚ୍ଛିତ ହୋଇ ରହିଥିଲା ।  ଭାଟି ମାଲିକ ଫେରାର୍ ହୋଇଯାଇଥିଲା। କିଛି ମାସ ତଳେ ଉକ୍ତ ଭାଟିରେ ଅବକାରୀ ବିଭାଗ ତାଲା ପକାଇଥିଲା। ମାଲିକକୁ ମଧ୍ୟ ଗିରଫ କରିଥିଲା। ଜାମିନ୍ ପାଇବା ପରେ ସେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିଥିଲା।

ad-week
Leave A Reply

Your email address will not be published.