ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ: ନିର୍ବାଚନ କମିଶନ

youtube

 ଭୁବେନଶ୍ବର: ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା ।  ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି ଓଡ଼ିଶାର ନୂଆପଡ଼ା ଆସନ ।  ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡିଛି ନୂଆପଡା ଆସନ ।

ଆସନ୍ତା ବିହାର ବିଧାନସଭା ସାଧାରଣ ନିର୍ବାଚନ ଏବଂ ଜମ୍ମୁ କଶ୍ମୀରର ବୁଡଗାମ୍ ଏବଂ ନଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘାଟଶିଲା, ତେଲଙ୍ଗାନାର ଜୁବଲିହିଲ୍ସ, ପଞ୍ଜାବର ତରଣ ତାରଣ, ମିଜୋରାମର ଡାମ୍ପା, ଓଡ଼ିଶାର ନୂଆପଡାରେ ହେବ ଉପନିର୍ବାଚନ । ଉପ ନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ୩୨୦ ଜଣ IAS, ୬୦ ଜଣ IPS ଏବଂ ୯୦ ଜଣ IRS/IRAS/ICAS ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀ ନିୟୋଜିତ ରହିବେ ।

Leave A Reply

Your email address will not be published.