
ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି । ଆଜି ସକାଳୁ ବନ୍ୟାଜଳ ବଢିବାରେ ଲାଗିଥିବା ବେଳେ ଯଦି ରାତ୍ରି ସୁଦ୍ଧା ଜଳସ୍ତର ବୃଦ୍ଧି ହୁଏ ମା’ଙ୍କ ବିଜେ ପ୍ରତିମାଙ୍କୁ ସ୍ଥାନାନ୍ତରିତ କରାଯିବ ।
ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି । ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।