
ସୋର : ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ବର ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ ପରେ ମାଡ଼ । ବାପୁ ନୋଡାଲ୍ ସ୍କୁଲ ଆଗରେ ରାସ୍ତା ଅବରୋଧ କରି ଖେଳ ଦେଖୁଥିଲେ ।
ଏହି ସମୟରେ ସୋର ଆଇଆଇସି ସେଠାରେ ପହଞ୍ଚି ଏଠାରେ କାହିଁକି ଖେଳ ଦେଖୁଛ ବୋଲି ପ୍ରଶ୍ନ କରିଥିଲେ ଏବଂ ନିଜ ମୋବାଇଲରେ ଭିଡିଓ କରିଥିଲେ । ଏହାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଆଇଆଇସି ବାରଣ କରିବାରୁ ଚାପୁଡ଼ା ପରେ ସଂଘବଦ୍ଧ ହମଲା କରିଥିଲେ । ଆଇଆସିଙ୍କୁ ମାଡ଼ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।