ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତି ଗଲା ବଡ଼ ରେଳ ଦୁର୍ଘଟଣା

youtube

ସୋର : ବାହାନଗା ଭଳି ବଡ଼ ଦୁର୍ଘଟଣା ଘଟିଥାନ୍ତା । ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା ।

ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬ ମିନିଟରେ ଛାଡ଼ିଥାନ୍ତା । ସିଗନାଲ ଦିଆଯାଇଥିଲା ।  ମାତ୍ର ସେହି ସମୟରେ ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ ଗ୍ରୀନ ସିଗନାଲ ପାଇ ନଥିବାରୁ ମନ୍ଥର ଗତିରେ ଆସିଥିଲା ।  ମାତ୍ର ଲୋକୋ ପାଇଲଟ ଅସାବଧାନତା ହେତୁ ଟ୍ରେନଟିକୁ ସୋର ଷ୍ଟେସନରୁ ଆଗକୁ ଗଡା଼ଇ ଦେଇଥିଲେ ।  ଫଳରେ ପୂର୍ବ ଟ୍ରେନକୁ ମିଳିଥିବା ସିଗନାଲଟି ରେଡ ଲାଇଟ ସଂକେତ ଦେଇଥିଲା  ।  ଫଳରେ ହାଉଡା ଜନ ଶତାଦ୍ଦୀକୁ ସୋର ଷ୍ଟେସନ ଛିଡ଼ା କରାଇ ଶତାବ୍ଦୀ ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଛିଡ଼ା କରାଇଥିଲେ ।  ମାର୍କୋଣା ଷ୍ଟେସନରେ ଟ୍ରେନ ଡ୍ରାଇଭର, ଅତିରିକ୍ତ ଡ୍ରାଇଭର ଓ ଗାର୍ଡଙ୍କୁ ଅପସାରଣ କରାଯାଇଛି । ଉଚ୍ଚ ପଦାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ କର୍ମଚାରୀଙ୍କୁ ପଚରା ଉଚୁରା କରୁଛନ୍ତି ।

Leave A Reply

Your email address will not be published.