ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓ ନେତା

youtube

ଭୁବନେଶ୍ୱର : ଛତିଶଗଡ଼ରେ ଭୁଶୁଡ଼ୁଛି ମାଓଦୁର୍ଗ । ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓନେତା । ଆଉ ୩ ଜଣ କ୍ୟାଡର ମାଓବାଦୀ ନିହତ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେସନ ବେଳେ ସଫଳତା । ଆଜି ସକାଳୁ ଗୁଳି ବିନିମୟ ହୋଇଥିଲା ।  ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ତିନି ଜଣ ହେଲେ ଶ୍ରବଣ, ରାଜେଶ ଓ ବାସନ୍ତୀ । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ତିନି ଜଣଙ୍କ ନାଁରେ ୧୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।  ଓଡ଼ିଶା ଓ ଛତିଶଗଡ଼ ରୁଟ୍ ରେ ଅପରେସନ ବେଳେ ମିଳିଛି ସଫଳତା ।  ଆଗକୁ ବର୍ଡର ଜିଲ୍ଲାରେ ମାଓଦମନ ଅପରେସନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି କାଙ୍କେର ଏସପି ।

Leave A Reply

Your email address will not be published.